Odisha Link
Bridging the Missing Links in Odisha

ଶଙ୍ଖ ଭବନରେ ମିଶ୍ରଣ ପର୍ବ; ବିଜେଡିରେ ମିଶିଲେ ପ୍ରକାଶ

ଓଏଲ୍‌ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ୍। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ଏସବୁ ମଧ୍ୟରେ ଶଙ୍ଖ ଭବନରେ ମିଶ୍ରଣ ପର୍ବ ହୋଇଛି। ଆଜି ବିଜେଡିରେ ଯୋଗ ଦେଇଛନ୍ତି ପ୍ରକାଶ ବେହେରା। ସାଲେପୁର ପୂର୍ବତନ ବିଧାୟକ ତଥା କଟକ ବିଜେପିର ପୂର୍ଵତନ ସଭାପତି ଭାବେ କାର୍ଯ୍ୟରତ ଥିଲେ ପ୍ରକାଶ ବେହେରା। ତେବେ ଆଜି ସେ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.