Odisha Link
Bridging the Missing Links in Odisha

ବିଜେଡିରେ ଯୋଗଦେଲେ ପ୍ରକାଶ; କହିଲେ ଏହି ବଡ଼ କଥା..

ଓଏଲ୍‌ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ୍। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ଏସବୁ ମଧ୍ୟରେ ଶଙ୍ଖ ଭବନରେ ମିଶ୍ରଣ ପର୍ବ ହୋଇଛି। ଆଜି ବିଜେଡିରେ ଯୋଗ ଦେଇଛନ୍ତି ପ୍ରକାଶ ବେହେରା। ସାଲେପୁର ପୂର୍ବତନ ବିଧାୟକ ତଥା କଟକ ବିଜେପିର ପୂର୍ଵତନ ସଭାପତି ଭାବେ କାର୍ଯ୍ୟରତ ଥିଲେ ପ୍ରକାଶ ବେହେରା। ତେବେ ଆଜି ସେ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ବିଜୁ ଜନତା ଦଳରେ ସାମିଲ ହେବା ପରେ ସେ କହିଛନ୍ତି, ଆମ ସମସ୍ତଙ୍କ ଲଖ୍ୟ ଓଡ଼ିଶାକୁ ଶୀର୍ଷରେ ପହଂଚାଇବା। ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ସେ କହିଛନ୍ତି।

Leave A Reply

Your email address will not be published.