Odisha Link
Bridging the Missing Links in Odisha

ବୋରୱେଲରେ ଜୀବନ ସହ ଲଢ଼ୁଛି କଅଁଳ ଶିଶୁ; ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

ଓଏଲ୍‌ ବ୍ୟୁରୋ: କର୍ଣ୍ଣାଟକ ବିଜୟପୁରା ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ୨୦ ଫୁଟ୍‌ ବୋରୱେଲରେ ଦେଢ ବର୍ଷର ଶିଶୁ ଖସି ପଡିଛି। ବୋରୱେଲରେ ଜୀବନ ସହ ଲଢ଼ୁଛି କୁନି ଶିଶୁ। ବୋରଓ୍ବେଲରେ ଭିତରେ ଫସିଥିବା ଶିଶୁଟିକୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଛି ଅପରେସନ୍। ବୋରୱେଲରୁ ଶିଶୁଟିକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବାବେଳେ ମେଡିକାଲ ଦଳ ମଧ୍ୟ ଉପସ୍ଥିତ ରହିଛନ୍ତି। ବାରମ୍ବାର ବୋରୱେଲ ଟ୍ରାଜେଡି ହେଉଥିବାରୁ ଚିନ୍ତାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ପୂର୍ବରୁ ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ଏକ ଜଙ୍ଗଲରେ ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଶିଶୁଟି ପଡ଼ିଯାଇଥିଲା। ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲ ଭିତରେ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁର କାନ୍ଦ ଶୁଣିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏନେଇ ପୁଲିସ ଓ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ। ଏହି ଘଟଣା ପରେ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.