Odisha Link
Bridging the Missing Links in Odisha

କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ବସ୍ତି; ଦିଲ୍ଲୀ ହାଇକୋର୍ଟରୁ ଆସିଲା ବଡ଼ ନିର୍ଦ୍ଦେଶ..

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି। ଇଡି ରିମାଣ୍ଡ ସରିବା ପରେ ଜେଲରେ ଦିନ କାଟୁଛନ୍ତି କେଜରିୱାଲ। ମଦ ଦୁର୍ନୀତି ମାମଲାରେ ଆସନ୍ତା ୧୫ ତାରିଖ ଯାଏଁ ନ୍ୟାୟିକ ହେପାଜତରେ ରହିବେ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ଏହା ପରେ ଦିଲ୍ଲୀ ହାଇକୋର୍ଟରୁ ବଡ଼ ନିର୍ଦ୍ଦେଶ ଆସିଛି। ଦିଲ୍ଲୀ ହାଇକୋର୍ଟରୁ ଜାରି ହୋଇଥିବା ଟିପ୍ପଣୀ ଅନୁସାରେ, କେଜ୍ରିୱାଲ ଗିରଫଦାରି ଯଥାର୍ଥ ବୋଲି କୁହାଯାଇଛି।

ଗିରଫଦାରିକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ଅଦାଲତ ଖାରଜ କରି ଦେଇଛନ୍ତି। ଅର୍ଥାତ୍ ଏବେ କେଜ୍ରିଓ୍ଵାଲଙ୍କୁ ଜେଲରେ ରହିବାକୁ ପଡ଼ିବ। ଅଦାଲତ ଇଡିର ଗିରଫଦାରୀକୁ ବୈଧ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଇଡି କେଜ୍ରିୱାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରଖିଛି। ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକଙ୍କ ଆବେଦନ ର ଶୁଣାଣି କରି ଜଷ୍ଟିସ୍ ସ୍ୱର୍ଣ୍ଣା କାନ୍ତ ଶର୍ମା ଏହି ରାୟ ଶୁଣାଇଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେଜ୍ରିୱାଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ।

ମିଳିଥିବା ସୂଚନା ଅନୁଯାୟୀ, କେଜ୍ରିୱାଲ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ଆମ୍ ଆଦମୀ ପାର୍ଟି ଆସନ୍ତାକାଲି ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିପାରେ। ଜଷ୍ଟିସ ଶର୍ମା କହିଛନ୍ତି ଏହା ଜାମିନ ଶୁଣାଣି ମାମଲା ନୁହେଁ, ବରଂ ଗିରଫଦାରୀର ବୈଧତା ପ୍ରତି ଏକ ଚ୍ୟାଲେଞ୍ଜ ଆବେଦନ ଥିଲା । ଇଡି ପକ୍ଷରୁ କୋର୍ଟରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ କେଜ୍ରିୱାଲ ଏହି ଦୁର୍ନୀତିର ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଅଛନ୍ତି। ଇଡି ଏହା ମଧ୍ୟ କହିଛି ଯେ ଅରବିନ୍ଦ କେଜ୍ରିୱାଲ ଉଭୟ ବ୍ୟକ୍ତିଗତ ଏବଂ ଆପ୍ ଆବାହକ ଭାବରେ ମଦ ଦୁର୍ନୀତିର ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିଲେ।

Leave A Reply

Your email address will not be published.