Odisha Link
Bridging the Missing Links in Odisha

ସମ୍‌ରେ ବୋନ୍‌ ଟ୍ୟୁମର ସମ୍ପର୍କିତ ସିଏମ୍‌ଇ ଆୟୋଜିତ

ଓଏଲ୍‌ ବ୍ୟୁରୋ: ବୋନ୍‌ ଟ୍ୟୁମର ସମସ୍ୟା ଓ ଏ ସମ୍ପର୍କିତ ଚିକିତ୍ସାକୁ ନେଇ ଗତ ରବିବାର ଦିନ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ମସ୍କୁଲୋସ୍କେଲିଟାଲ୍‌ ସୋସାଇଟି ଅଫ୍‌ ଇଣ୍ଡିଆ (ଏମ୍‌ଏସ୍‌ଏସ୍‌) ପକ୍ଷରୁ ଏକ କଂଟିନୁଇଙ୍ଗ୍‌ ମେଡିକାଲ୍‌ ଏଜୁକେସନ୍‌ (ସିଏମ୍‌ଇ) ଆୟୋଜିତ ହୋଇଯାଇଛି । ଏହି ଏକ ଦିବସୀୟ କର୍ମଶାଳାରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ଅତ୍ୟାଧୁନିକ ଇମେଜିଂ ଟେକ୍ନୋଲୋଜି ଓ ବୋନ୍‌ ଟ୍ୟୁମରର ଚିକିତ୍ସା ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ରେଡିଓଲଜିକାଲ୍‌ ଆଣ୍ଡ ଇମେଜିଂ ଆସୋସିଏସନ୍‌ (ଓରିଆ) ଏବଂ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ସହଭାଗିତାରେ ଆୟୋଜିତ ଏହି ସିଏମ୍‌ଇର ପ୍ରସଙ୍ଗ ଥିଲା ‘ଏମ୍‌ଏସ୍‌କେ ଟ୍ୟୁମର୍ସ ଇମେଜିଂ ଆଣ୍ଡ ଇନ୍‌ଟରଭେନ୍‌ସନ୍ସ’ । ଏହି କାର୍ଯ୍ୟକ୍ରମରେ ମସ୍କୁଲୋସ୍କେଲିଟାଲ୍‌ ସୋସାଇଟିର ସଭାପତି ତଥା କାର୍ଯ୍ୟକ୍ରମର କାର୍ଯ୍ୟକାରୀ ଅଧ୍ୟକ୍ଷ ଡାକ୍ତର ଜୟରାଜ ଗୋବିନ୍ଦରାଜ ଯୋଗ ଦେଇ ବୋନ୍‌ ଟ୍ୟୁମର ଚିକିତ୍ସାରେ ନ୍ୟୁକ୍ଲିୟର୍‌ ସ୍କାନ୍‌କୁ ଏକ ଗେମ୍‌ ଚେଞ୍ଜର ଭାବେ ଅବିହିତ କରିଥିଲେ । ନିଜ ଜ୍ଞାନକୁ ବିସ୍ତାରିତ କରିବା ଉପରେ ଗୁରୁତ୍ୱ ଦେଇ ବୈଷୟିକ ଜ୍ଞାନକୌଶଳକୁ ଅଧିକ ଜାଣିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସିଏମ୍‌ଇର କାର୍ଯ୍ୟକାରୀ ଅଧ୍ୟକ୍ଷ ଡାକ୍ତର ସତ୍ୟ ଏସ୍‌.ଜି. ମହାପାତ୍ର ବୋନ୍‌ ଟ୍ୟୁମରର ବିଭିନ୍ନ ପରୀକ୍ଷା ଓ ଇମେଜିଂ ମୋଡାଲିଟି ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମ ଆୟୋଜକ ସମ୍ପାଦକ ଡାକ୍ତର ଆଦ୍ୟ କିଙ୍କର ପଣ୍ଡା ଓ ଏମ୍‌ଏସ୍‌ଏସ୍‌ ସଚିବ ତଥା କାର୍ଯ୍ୟକ୍ରମର ସହ-ଆୟୋଜକ ସମ୍ପାଦକ ଡାକ୍ତର ଧର୍ମେନ୍ଦ୍ର କେ. ସିଂହ ମଧ୍ୟ ବକ୍ତବ୍ୟ ରଖିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ ବିଶେଷଜ୍ଞମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଡାକ୍ତର ପଣ୍ଡା କହିଥିଲେ ଯେ ଶିଶୁମାନଙ୍କ କ୍ଷେତ୍ରରେ ବୋନ୍‌ ଟ୍ୟୁମର ଅଧିକ ଦେଖାଦେଉଥିବା ବେଳେ ଉଚିତ୍‌ ସମୟରେ ରୋଗ ନିରୂପଣ ଓ ଉପଯୁକ୍ତ ଚିିକିତ୍ସା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇପାରିବେ। ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ଶିଶୁମାନଙ୍କ ଚିକିତ୍ସା ନିମନ୍ତେ ଏକ ପେଡିଆଟ୍ରିକ୍‌ ଅଙ୍କୋଲୋଜି ବିଭାଗ ରହିଛି ବୋଲି ସେ କହିଥିଲେ।

Leave A Reply

Your email address will not be published.