Odisha Link
Bridging the Missing Links in Odisha

ଆଜି ପବିତ୍ର ହିନ୍ଦୁ ନବବର୍ଷ; ପୁରୀ ବେଳାଭୂମିରେ ମନମୋହିଲା ଶିଳ୍ପୀଙ୍କ ବାଲୁକା କଳା

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ହିନ୍ଦୁ ନବବର୍ଷ। ହିନ୍ଦୁ ପଞ୍ଜିକା ଅନୁସାରେ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ହିନ୍ଦୁ ନବବର୍ଷ। ଚଳିତ ବର୍ଷ ମଙ୍ଗଳବାର ୯ ଏପ୍ରିଲ ୨୦୨୪ରେ ମଧ୍ୟ ଚୈତ୍ର ନବରାତ୍ରୀ ଆରମ୍ଭ ହୋଇଛି। ମାନ୍ୟତା ଅନୁଯାୟୀ, ହିନ୍ଦୁ ନବବର୍ଷରେ ରାଜା ଓ ମହାମନ୍ତ୍ରୀ ମଧ୍ୟ ଏହି ଦିନ ନିଶ୍ଚିତ ହୋଇ ଥାଆନ୍ତି। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ମନ ମୋହିଛି।

ହିନ୍ଦୁ ନବବର୍ଷର ଆରମ୍ଭ ଚୈତ୍ର ଶୁକ୍ଳ ପ୍ରତିପଦାରୁ ହିଁ ହୋଇଥାଏ। ଏହା ପଛରେ ରହସ୍ୟଟି ହେଉଛି ପୃଥିବୀ ସୃଷ୍ଟି ଆରମ୍ଭରେ ସାୟନ ଓ ନିରୟଣ ସୂର୍ଯ୍ୟ ଏକ ବିନ୍ଦୁରେ ଅବସ୍ଥାନ କରୁଥିଲେ। ମାତ୍ର ବର୍ତ୍ତମାନ ସମୟକୁ ଉକ୍ତ ବିନ୍ଦୁ ମୀନଆଡ଼କୁ ୨୪ଡିଗ୍ରୀ ପଶ୍ଚାତ୍କ୍ରମରେ ଘୁଞ୍ଚି ଆସିଛି, ତେଣୁ ଉକ୍ତ ଦିବସରେ ରବିଙ୍କ ସ୍ଥିତି ଆଉ ସେ ବିନ୍ଦୁରେ ରହିପାରୁନାହିଁ। ଅତଏବ ପୂର୍ବବର୍ଷ ଭଳି ରବିସ୍ଫୁଟ ଦିବସରେ ସମାନ ଆସୁନାହିଁ।

Leave A Reply

Your email address will not be published.