Odisha Link
Bridging the Missing Links in Odisha

୧୫ରେ ମାଓବାଦୀଙ୍କ ବନ୍ଦ ଡାକରା; ଓଡ଼ିଶା ସମେତ ୪ ରାଜ୍ୟରେ ପଡ଼ିବ ପ୍ରଭାବ!

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସମେତ ୪ ରାଜ୍ୟରେ ବନ୍ଦ ପାଳନ ଡାକରା ଦେଇଛନ୍ତି ମାଓବାଦୀ। ୩ ମାସରେ ୫୦ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ରେ ମାଓବାଦୀ ବନ୍ଦ ଡାକରା ଦେଇଛନ୍ତି। ମାଲକାନଗିରିରେ ଲିଖିତ ଚିଠିରେ ମାଓ ସଂଗଠନ ଏନେଇ ସୂଚନା ଦେଇଛି। ୧୩ରୁ ୧୫ତାରିଖ ଗାଁ ଗାଁରେ ଜନସଚେତନ କରିବ ମାଓ ସଂଗଠନ। ପରେ ଓଡ଼ିଶା ସମେତ ୪ ରାଜ୍ୟରେ ବନ୍ଦ ପାଳନ କରାଯିବ।

ଅନ୍ୟପଟେ, ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ବରଗଡ଼ ପାଇକମାଳ ଥାନା ଗନ୍ଧମାର୍ଦ୍ଧନ ପାହାଡ଼ରେ ଗୁଳିବିନିମୟ ହୋଇଛି। ରାତିରୁ ଗୁଳି ବିନିମୟ ଚାଲିଥିବାବେଳେ ସର୍ଚ୍ଚ ଅପରେସନ୍ ଜୋରଦାର ହୋଇଛି। କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ନେଇ ସୂଚନା ରହିଛି।

Leave A Reply

Your email address will not be published.