Odisha Link
Bridging the Missing Links in Odisha

ରାଜ୍ୟରେ ପ୍ରଚଣ୍ଡ ତାତି; ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଚେତାବନୀ ଜାରି

ଓଏଲ୍‌ ବ୍ୟୁରୋ: ପୁଣି କଲବଲ କଲାଣି ତାତି। ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି। ଅସହ୍ୟ ଗରମରେ ଘରୁ ବାହାରିବା ବି ସମ୍ଭବ ହେଉନି। ଏମିତି କି ଖରାକୁ ଦୃଷ୍ଟିରେ ରଖି ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଛି। ପୁଣି ୪୦ ଡିଗ୍ରୀ ଟପିଲା ଭୁବନେଶ୍ୱରର ତାପମାତ୍ରା।ତାତିକୁ ନଜରରେ ରଖି ଆଗାମୀ ୨୪ ଘଣ୍ଟା ଯାଏଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୮ରେ ୩୫ ଡିଗ୍ରୀ ଟପିଲାଣି ତାତି। ସକାଳ ସାଢେ ୮ଟାରେ ତାଳଚେରରେ ସର୍ବାଧିକ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଅନୁଗୁଳରେ ୩୫ ଡିଗ୍ରୀ, ବାଲେଶ୍ୱରରେ ୩୫ ଡିଗ୍ରୀ, ଜଗତସିଂହପୁରରେ ୩୫.୮ ଡିଗ୍ରୀ, ଭବାନୀପାଟଣାରେ ୩୪ ଡିଗ୍ରୀ, ନୟାଗଡରେ ୩୪ ଡିଗ୍ରୀ, ବାରିପଦାରେ ୩୪ ଡିଗ୍ରୀ, ହୀରାକୁଦରେ ୩୩.୬ ଡିଗ୍ରୀ, ରାଉରକେଲାରେ ୩୩.୬ ଡିଗ୍ରୀ, ଭୁବନେଶ୍ୱରରେ ୩୩.୪ ଡିଗ୍ରୀ, ସମ୍ବଲପୁରରେ ୩୩.୨ ଡିଗ୍ରୀ, ଟିଟିଲାଗଡ଼ରେ ୩୩.୨ ଡିଗ୍ରୀ, କଟକରେ ୩୩ ଡିଗ୍ରୀ, ଝାରସୁଗୁଡାରେ ୩୨.୬ ଡିଗ୍ରୀ, କେନ୍ଦୁଝରରେ ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.