ନିର୍ବାଚନୀ କସରତ; ରାଜ୍ୟ ବିଜେପି ଜାରି କଲା ସଂକଳ୍ପ ପତ୍ର

ଓଏଲ୍ ବ୍ୟୁରୋ: ବାଜିଛି ନିର୍ବାଚନୀ ବିଗୁଲ। ଆରମ୍ଭ ହୋଇଛି ନିର୍ବାଚନୀ କସରତ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି।
ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ।
ଅନ୍ୟପଟେ, ରାଜ୍ୟ ବିଜେପି ଜାରି କଲା ସଂକଳ୍ପ ପତ୍ର। ରାଜ୍ୟ ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ ହୋଇଛି। ବିଜେପି କାର୍ଯ୍ୟାଳୟରେ ଓଡ଼ିଆ ସଂକଳ୍ପପତ୍ର ଲୋକାର୍ପିତ ହୋଇଛି। ସଂକଳ୍ପପତ୍ର ଲୋକାର୍ପଣ କଲେ ସଭାପତି ମନମୋହନ ସାମଲ ହୋଇଛି। ଓଡ଼ିଆ ସଂସ୍କରଣକୁ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।
ଓଡ଼ିଶା ପାଇଁ ବିଜେପିର ଓଡ଼ିଆ ସଂକଳ୍ପପତ୍ର..
– ଗ୍ରାମୀଣ ଅଞ୍ଚଳରେ ତିନି କୋଟି ମହିଳା ସାଜିବେ ଲକ୍ଷପତି ଦିଦି
– ସଂସଦ ଓ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ନିଶ୍ଚିତ କରିବା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ କାର୍ଯ୍ୟକାରୀ
– ରକ୍ତହୀନତା, ସ୍ତନକର୍କଟ, ଗର୍ଭାଶୟ କର୍କଟ ଏବଂ ଅଷ୍ଟିଓପୋରୋସିସ୍ ସହିତ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଆଯିବ
– ସର୍ବସାଧାରଣ ପରୀକ୍ଷା ଅଧିନିୟକ ୨୦୨୪ କଠୋର ଭାବେ କାର୍ଯ୍ୟକାରୀ କରାଯିବ
– ସ୍ୱଚ୍ଛତାର ସହ ମମସ୍ତ ସରକାରୀ ପଦବୀ ପୂରଣ କରାଯିବ
– ୭୦ ବର୍ଷରୁ ଅଧିକ ବୟସ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହେବେ
– ଟ୍ରାନ୍ସଜେଣ୍ଡରଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସୁବିଧା ମିଳିବ
– ସମସ୍ତ ପ୍ରମୁଖ ସହରକୁ ପାଇପ୍ ଦ୍ୱାରା ପ୍ରାକୃତିକ ଗ୍ୟାସ୍ ସଂଯୋଗକୁ ବିସ୍ତାର କରାଯିବ
– ଏମ୍ସରୁ ଜିଲ୍ଲା ଡାକ୍ତରଖାନା ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସବୁ ସ୍ତରରେ ସ୍ୱାସ୍ଥ୍ୟସେବା ମିଳିବ
– ରେଳ କ୍ଷମତାର ବୃଦ୍ଧି କରାଯିବ, ନମୋ ଭାରତ ଓ ବୁଲେଟ୍ ଟ୍ରେନ୍ ଭଳି ଆଧୁନିକ ଟ୍ରେନର ଶୁଭାରମ୍ଭ
– ଏକ୍ସପ୍ରେସ୍ ନେଟୱର୍କକୁ ୧୫ ହଜାର କିଲୋମିଟର ପର୍ଯ୍ୟନ୍ତ ବିସ୍ତାର କରାଯିବ
– ସମ୍ବିଧାନର ଧାରା ୪୪ ଆଧାରରେ ଲାଗୁ ହେବ ୟୁନିଫର୍ମ ସିଭିଲ୍ କୋର୍ଡ
– ଖୁବ୍ ଶୀଘ୍ର ଭାରତୀୟ ନ୍ୟାୟ ସଂହିତା ଲାଗୁ କରାଯିବ
– ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା ଲାଗୁ କରାଯିବ