Odisha Link
Bridging the Missing Links in Odisha

ନିର୍ବାଚନ ପୂର୍ବରୁ କମିଲା ସୁନାଦର; ଜାଣନ୍ତୁ ଗ୍ରାମ ପିଛା ଦର କେତେ..

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ସୁନା ଦର ବଢ଼ିଚାଲିଥିଲା। ତେବେ ଆଜି ଗ୍ରାହକଙ୍କ ପାଇ ଏକ ପ୍ରକାର ଖୁସି ଖବର ଆସିଛି। କମିଲା ସୁନା ଓ ରୂପା ଦର। ନିର୍ବାଚନ ଋତୁ ଚାଲିଥିବା ବେଳେ ସୁନାଦର କମିଛି। ଲଗାତର ସୁନାଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ହେଲେ ଆଜି ସୁନାଦରରେ ହ୍ରାସ ପାଇବା ପରେ ଗ୍ରାହକଙ୍କ ମଧ୍ଯରେ ଆଶ୍ଵସ୍ତି ଆଣିଛି। ଭାରତୀୟ ବଜାରରେ ଆଜି ସୁନା ଓ ରୂପା ଦର ହ୍ରାସ ପାଇଛି। ଯାହାକି ଭୁବନେଶ୍ଵରରେ ମଧ୍ଯ ଦେଖିବାକୁ ମିଳିଛି। ହେଲେ ସୁନା ଦର ଏବେ ବି ଅଧିକ ରହିଛି।

ଆଜି ୨୪ କ୍ଯାରେଟ ସୁନା ଦର ୧୦ ଗ୍ରାମ ପିଛା ୧୪ ଶହ ୩୪ ଟଙ୍କାକୁ ହ୍ରାସ ପାଇଛି। ଅର୍ଥାତ ଭାରତୀୟ ବଜାରରେ ୨୪ କ୍ଯାରେଟ ସୁନାର ମୂଲ୍ଯ ୧୦ ଗ୍ରାମ ପିଛା ୭୧ ହଜାର ୭୪୧ ଟଙ୍କାରେ ପହଞ୍ଚିଛି। ଯାହାକି ସୋମବାର ସନ୍ଧ୍ଯା ସୁଦ୍ଧା ୨୪ କ୍ଯାରେଟ ସୁନାର ଦର ୭୨ ହଜାର ୮୭୫ ଟଙ୍କା ଥିଲା। ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୭ ହଜାର ୫୪୦ ଟଙ୍କା ରହିଛି। ଯାହାକି ଗତ କାଲି ଅପେକ୍ଷା ୧୦ ଟଙ୍କା ହ୍ରାସ ପାଇଛି। ସେହିପରି ଆଜି ରୂପା ଦର କିଲୋପିଛା ୭୯ ହଜାର ଟଙ୍କା ରହିଛି। ତେବେ ସବୁଠାରୁ କୌତୂହଳର ବିଷୟ ହେଉଛି ଯେ, ମାତ୍ର ମାସକ ମଧ୍ୟରେ ବଜାରରେ ସୁନା ମୂଲ୍ୟ ୬ ହଜାର ଟଙ୍କା ମହଙ୍ଗା ହୋଇଥିଲା। ସେହିପରି ରୂପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୯ ହଜାର ଟପିଥିଲା।

Leave A Reply

Your email address will not be published.