ଭୁବନେଶ୍ବର ବିମାନବନ୍ଦରରୁ ଜବତ ହେଲା ବିଡ଼ାବିଡ଼ା ଟଙ୍କା; ଚାଲିଛି ତଦନ୍ତ

ଓଏଲ୍ ବ୍ୟୁରୋ: ଭୁବନେଶ୍ବର ବିମାନବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ ହୋଇଛି। ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ଜବତ ସୂଚନା ରହିଛି। ଲଗେଜ୍ ସ୍କାନିଂ ବେଳେ ଟଙ୍କା ଥିବା ଜଣାପଡ଼ିଥିଲା। ଜଣେ ଦିଲ୍ଲୀରୁ ଓ ଆଉ ଜଣେ ଚେନ୍ନାଇରୁ ଆସିଥିଲେ। କେଉଁଥି ପାଇଁ ଏତେ ଟଙ୍କା ଆସିଥିଲା ଏନେଇ ତଦନ୍ତ ଚାଲିଛି।