Odisha Link
Bridging the Missing Links in Odisha

ଆଜି ରାଜଧାନୀରେ ନବୀନଙ୍କ ରୋଡ୍ ଶୋ’, ମୋ ବସ୍ ଚଳାଚଳକୁ ନେଇ ଜାରି ହେଲା ସୂଚନା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ବାକି ଥିବା ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ଶୋ’ କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ଅପରାହ୍ନ ୫ଟା ୩୦ରୁ ରୋଡ ଶୋ’ ସରିବା ପର୍ଯ୍ୟନ୍ତ ରହିବ କଟକଣା।ଏହି ସମୟରେ ଯାତାୟାତ ଉପରେ କଟକଣା ରହିବ ବୋଲି ସୂଚନା ରହିଛି। ଅପରାହ୍ନ ୫ଟା ୩୦ରୁ ରେଣ୍ଟାଲ ଓମଫେଡ ଛକ ଠାରୁ ପଟିଆ ଛକ ଯାଏଁ ରୋଡ ସୋ ଶେଷ ହେବା ପର୍ଯ୍ୟନ୍ତ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ। ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଉଛି। ନବୀନଙ୍କ ରୋଡ୍ ଶୋ କାରଣରୁ ମୋ ବସ୍ ଚଳାଚଳକୁ ନେଇ କ୍ରୁଟ ପକ୍ଷରୁ ସୂଚନା ଜାରି କରାଯାଇଛି। https://x.com/CRUT_BBSR/status/1793084993151160436