Odisha Link
Bridging the Missing Links in Odisha

ପୁଣି ଚିନ୍ତା ବଢ଼ାଇଲା ତାତି, ଅଂଶୁଘାତ ନେଲାଣି ୪ ଜୀବନ

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ କିଛି ଦିନ ଧରି ଲାଗି ରହିଥିବା ଅବିରତ ଅଗ୍ନି ବର୍ଷା ପରେ ବାତ୍ୟା ପ୍ରଭାବରେ କିଛି ସ୍ଥାନରେ ଥଣ୍ଡା ଅନୁଭୂତ ହୋଇଥିଲା। ଆଜି ସକାଳୁ ପୁଣି ତାତି ଅନୁଭୂତ ହୋଇଛି। ଏହାରି ମଧ୍ୟରେ ରାଜ୍ୟରେ ଅଂଶୁଘାତରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ବାଲେଶ୍ବରରେ ଜଣେ, ଢେଙ୍କାନାଳରେ ଜଣେ, ମୟୂରଭଞ୍ଜରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ଟପି ସାରିଛି। ସୁନ୍ଦରଗଡ଼ରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି। ଅଂଶୁଘାତ ଆକ୍ରାନ୍ତ ଓ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଅଂଶୁଘାତରେ ୧୪ ଜଣଙ୍କ ମୃତ୍ୟୁ ଅଭିଯୋଗ ନେଇ ତଦନ୍ତ ଚାଲିଛି।