Odisha Link
Bridging the Missing Links in Odisha

ଖଣ୍ଡପଡ଼ା ଆସନ ହାତେଇଲା ବିଜେପି, ବାଜି ମାରିଲେ ଦୁଷ୍ମନ୍ତ ସ୍ୱାଇଁ

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ଆସିଲା ଓଡ଼ିଶା ଜନାଦେଶ। ଜୋରଦାର ଟକ୍କର ସହ ଜିତିଲେ ଦୁଷ୍ମନ୍ତ ସ୍ୱାଇଁ। ଖଣ୍ଡପଡ଼ା ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ ବିଜୟୀ ହେଇଛନ୍ତି। ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନଙ୍କ ଠାରୁ ୭୧୨୦ ଭୋଟ୍ ବ୍ୟବଧାନରେ ବିଜୟୀ ହେଇଛନ୍ତି ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ। ଖଣ୍ଡପଡ଼ା ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ ସମୁଦାୟ ୭୫୧୩୯ ଭୋଟ ହାସଲ କରିଥିବାବେଳେ ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ୬୮୦୧୯ ଭୋଟ ପାଇଛନ୍ତି।