Odisha Link
Bridging the Missing Links in Odisha

ମୋ ବସ୍‌କୁ ପିଟିଲା ଟ୍ରକ, ଦୁର୍ଘଟଣାରେ ୨୦ ଜଣ ଆହତ ସୂଚନା

କଟକ: ମୋ ବସ୍‌କୁ ପିଟିଲା ଟ୍ରକ୍‌। ଯାହାଫଳରେ ୨୦ରୁ ଅଧିକ ଯାତ୍ରୀ ଆହାତ। କଟକ ତେଲେଙ୍ଗାପେଣ୍ଠ ନିକଟରେ ଦୁର୍ଘଟଣା ହୋଇଥିବା ସୂଚନା ରହିଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା। ଅନ୍ୟପଟେ ଆହତଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଚିକିତ୍ସା ଚାଲିଥିବା ମଧ୍ୟ ସୂଚନା ରହିଛି।