Odisha Link
Bridging the Missing Links in Odisha

ଓଡ଼ିଶାରେ ବଡ଼ ଧରଣର ସିବିଆଇ ରେଡ୍, ୬୭ ସ୍ଥାନରେ ଚାଲିଛି ରେଡ୍‌

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶାରେ ହୋଇଛି ବଡ଼ ଧରଣର ସିବିଆଇ ରେଡ୍‌। ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ୍‌ ନେଇ ରେଡ ହୋଇଥିବା ସୂଚନା। ରାଜ୍ୟର ୬୭ଟି ସ୍ଥାନରେ ରେଡ୍‌ କରୁଛି ସିବିଆଇ। ଏହି ବଡ଼ ରେଡରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ହୋଇଛନ୍ତି। ‘

ସୂଚନାଥାଉକି, ପୋଷ୍ଟାଲ ସର୍ଭିସ୍‌ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋାଗ ହୋଇଥିଲା। ପ୍ରାର୍ଥୀଙ୍କ ଭିତରୁ ୬୩ ଜଣ ଜାଲ୍‌ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ହୋଇଥିଲା। ସେହି ଅଭିଯୋଗ ଆଧାରରେ ଏହି ବଡ଼ ଧରଣରର ସିବିଆଇ ରେଡ୍‌ ହୋଇଥିବା ସୂଚନା ରହିଛି।