Odisha Link
Bridging the Missing Links in Odisha

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହେବ। ଏହି ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାର ବଜେଟ୍ ଆଗତ କରିବା ପୂର୍ବରୁ ଏହି ବୈଠକ ବସୁଛି। ତେଣୁ ଅନେକ ପ୍ରସଙ୍ଗ ଉପରେ କ୍ୟାବିନେଟ୍ ମୋହର ବାଜିପାରେ। ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେବା ପରେ ପ୍ରଥମ ଦିନରେ କ୍ୟାବିନେଟ୍ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିନ ସାଢେ ୧୧ଟାରେ ବୈଠକ ଆୟୋଜିତ ହେବ।