Odisha Link
Bridging the Missing Links in Odisha

ଦୁଲୀପ ଟ୍ରଫି ଖେଳିବେନି ରୋହିତ-ବିରାଟ-ବୁମରା, ବିସିସିଆଇ ଘୋଷଣା କଲା ୪ଟି ଦଳ

ଓଏଲ୍‌ ବ୍ୟୁରୋ: ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେବ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୁଲୀପ ଟ୍ରଫି। ଏଥିପାଇଁ ୪ଟି ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ ପରିଷଦ। ସବୁଠୁ ବଡ଼କଥା ହେଲା ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ରନ୍‌ ମେସିନ୍‌ ବିରାଟ କୋହଲି ଓ ଷ୍ଟାର ବୋଲର ଯଶପ୍ରୀତ ବୁମରା ଚଳିତ ଦୁଲୀପ ଟ୍ରଫି ଖେଳିବେ ନାହିଁ। ତାଙ୍କ ବିନା ୪ଟି ଟିମ୍‌ ଘୋଷଣା କରିଛି ବିସିସିଆଇ।

ଟିମ୍‌ ଏ, ଟିମ୍‌ ବି, ଟିମ୍‌ ସି, ଟିମ୍‌ ଡି ନାମରେ ୪ଟି ଦଳରେ ନାମିତ କରିଛ ବିସିସିଆଇ। ଟିମ୍‌-ଏ ର ଅଧିନାୟକ ଶୁଭମନ ଗିଲ୍‌ ହୋଇଥିବା ବେଳେ ଟିମ୍‌-ବି ର ଅଧିନାୟକ ଅଭିମନ୍ୟୁ ଇଶ୍ବରନ୍‌ ହୋଇଛନ୍ତି। ସେହିପରି ଟିମ୍‌-ସି ର ଅଧିନାୟକ ଋତୁରାଜ ଗାଏକଓ୍ବାଡ ଓ ଟିମ୍‌-ଡି ର ଅଧିନାୟକ ଭାବେ ଶ୍ରେୟସ ଆୟରଙ୍କୁ ନିଯୁକ୍ତ କରାଯାଇଛି।