Odisha Link
Bridging the Missing Links in Odisha

ଆଶାରାମ ବାପୁଙ୍କୁ ଜାମିନ୍

ଓଏଲ୍‌ ବ୍ୟୁରୋ: ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ ମିଳିଛି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ। ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ ସଜା କାଟୁଛନ୍ତି ଆତ୍ମଘୋଷିତ ବାବା ଆଶାରାମ ବାପୁ।

ସୂଚନା ଅନୁସାରେ, ଗତ ୨୦୧୩ ବର୍ଷରେ ଅଭିଯୋଗ ହୋଇଥିଲା ଯେ ଆଶାରାମ ବାପୁ ସୁରଟ ଅଞ୍ଚଳର ଜଣେ ଝିଅକୁ ଦୁଷ୍କର୍ମ କରିଛନ୍ତି। ଏହା ସହିତ ଅଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ପୀଡିତାଙ୍କ ଭଉଣୀକୁ ବଳାତ୍କାର କରିଥିବାର ଅଭିଯୋଗ ହୋଇଥିଲା।

ଅହମ୍ମଦାବାଦସ୍ଥିତ ଚାନ୍ଦଖେଡା ଥାନାରେ ଦାଖଲ ହୋଇଥିବା ଏଫଆଇଆର ଅନୁଯାୟୀ, ଆଧ୍ୟାତ୍ମିକ ଗୁରୁ ଜଣଙ୍କ ୨୦୦୧-୦୬ ମଧ୍ୟରେ ମହିଳାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ଯେତେବେଳେ ସେ ସହର ବାହାରେ ଅବସ୍ଥିତ ତାଙ୍କ ଆଶ୍ରମରେ ରହୁଥିଲେ। ତେବେ ଏହି ମାମଲାର ଅଭିଯୋଗ କ୍ରମେ ବାପୁଙ୍କୁ ଆଜୀବନ କରାଦଣ୍ତରେ ଦଣ୍ଡିତ କରିଥିବା ଜଣା ପଡିଛି।