Odisha Link
Bridging the Missing Links in Odisha

ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ: ସଂସ୍କୃତି ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ସଜେଇ ହୋଇଛି ରାଜଧାନୀ। ରାତି ପାହିଲେ ଭୁବନେଶ୍ବର ଜନତା ମଇଦାନରେ ତିନିଦିନିଆ ପ୍ରବାସୀ ଭାରତୀୟ ଦିବସର ମେଗା ଇଭେଣ୍ଟ। ଏହି ସମ୍ମିଳନୀ ମାଧ୍ୟମରେ ବିଶ୍ବସ୍ତରରେ ଓଡ଼ିଶାର ପ୍ରଚାର ପ୍ରସାର ହେବ। ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି।

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ ସମୟ ବୃଦ୍ଧି କରାଯାଇଛି। ଜାନୁୟାରୀ ୧୨ ତାରିଖ ପର୍ଯ୍ୟନ୍ତ ରାତି ୯ଟା ଯାଏଁ ରାଜ୍ୟ ସଂଗ୍ରହାଳୟ ଖୋଲା ରହିବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି।