Odisha Link
Bridging the Missing Links in Odisha

ମହାପ୍ରଭୁଙ୍କ ଦର୍ଶନ କଲେ ଏସ୍‌. ଜୟଶଙ୍କର

ଓଏଲ୍‌ ବ୍ୟୁରୋ: ୫ ଦିନିଆ ଓଡ଼ିଶା ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଓଡ଼ିଶା ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର। କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପରେ ପୁରୀ ଗସ୍ତ କରି ଏସ୍‌. ଜୟଶଙ୍କର ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି।

ସୂଚନା ଅନୁସାରେ, ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଭୁବନେଶ୍ୱରରେ ଗତକାଲି ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଏସ. ଜୟଶଙ୍କର ଓ ନିତ୍ୟାନନ୍ଦ ରାୟ। ପାଞ୍ଚଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଏସ. ଜୟଶଙ୍କର ଓ ନିତ୍ୟାନନ୍ଦ ରାୟ। ସୂର୍ଯ୍ୟମନ୍ଦିର ବୁଲିବା ପରେ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଏହାପରେ ଧଉଳି ଶାନ୍ତିସ୍ତୁପ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି।