Odisha Link
Bridging the Missing Links in Odisha

ବୀର ସୁରେନ୍ଦ୍ର ସାଏଙ୍କ ତ୍ୟାଗ, ବଳିଦାନ ଅବିସ୍ମରଣୀୟ: ଧର୍ମେନ୍ଦ୍ର ପ୍ରଧାନ

ଓଏଲ୍‌ ବ୍ୟୁରୋ: ବୀର ସୁରେନ୍ଦ୍ର ସାଏଙ୍କ ଅଦ୍ୱିତୀୟ ସାଂଗଠନିକ ଶକ୍ତି ଓ ରଣକୌଶଳ ଓଡିଆ ଜାତିର ବୀରତ୍ୱର ପ୍ରତିଫଳନ। ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖିଣ୍ଡାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବୋଧନ କରି କହିଛନ୍ତି, ଆଜି ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀଙ୍କ ପବିତ୍ର ଜୟନ୍ତୀ। ଦୁଇ ବୀର ସଂଗ୍ରାମୀଙ୍କ ଅବଦାନକୁ ଝୁରୁଛି କୃତଜ୍ଞ ଦେଶ। ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ମିଳିମିଶି କାମ କରିବା। ଏ ଅଞ୍ଚଳର ସ୍ଵାଭିମାନୀ ଲୋକ ଅତ୍ୟାଚାର ବିରୋଧରେ ଲଢ଼େଇ କରିଥିଲେ।

ସମ୍ବଲପୁର ଖିଣ୍ଡା ଗାଁର ରୂପରେଖ ସୁନ୍ଦର ଭାବେ ପରିବର୍ତ୍ତନ ହେବ। ଲୋକେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଦେଖି ଗର୍ବ ଅନୁଭବ କରିବେ। ଆଦର୍ଶ ଗାଁ ଭାବେ ପରିଣତ କରି ଏଠାକାର ଚାଷୀ, ଯୁବକଙ୍କୁ ସଶକ୍ତ କରିବା। ଆମେ କାହାର ଦୟାର ପାତ୍ର ହେବାନି, ଲଢ଼େଇ କରିବା। ବୀର ସୁରେନ୍ଦ୍ର ସାଏଙ୍କୁ ଜନ୍ମ ଦେଇଥିବା ମାଟି କେତେ ଧନ୍ୟ। ବୀର ସୁରେନ୍ଦ୍ର ସାଏଙ୍କ ତ୍ୟାଗ, ବଳିଦାନ ଅବିସ୍ମରଣୀୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।