Odisha Link
Bridging the Missing Links in Odisha

ପଣ୍ୟକାରବାରରେ ରେକର୍ଡ ସୃଷ୍ଟି କଲା ପାରାଦୀପ ବନ୍ଦର

ଓଏଲ୍‌ ବ୍ୟୁରୋ: ପାରାଦୀପ ବନ୍ଦର ପଣ୍ୟକାରବାରରେ ରେକର୍ଡ ସୃଷ୍ଟି କରିଛି। ପଣ୍ୟ କାରବାରରେ ପାରାଦୀପ ସମସ୍ତ ରେକର୍ଡ ଭାଙ୍ଗିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୧୫୦.୪୧ ନିୟୁତ ମେଟ୍ରିକ୍ ଟନ୍ ଛୁଇଁଲା ପଣ୍ୟ କାରବାର। ଦେଶର ବୃହତ ବନ୍ଦରଗୁଡିକ ମଧ୍ୟରେ ୧ ନମ୍ବର ହେଲା ପାରାଦୀପ ବନ୍ଦର। କ୍ରମାଗତ ୨ୟ ଥର ଲାଗି ପ୍ରଥମ ସ୍ଥାନ ଅଧିକାର କରିଛି ପାରାଦୀପ ପୋର୍ଟ।ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ରେକର୍ଡ ସୃଷ୍ଟି କରିଛି।

ଗତବର୍ଷ ପାରାଦୀପ ବନ୍ଦରର ପଣ୍ୟ କାରବାର ଦେଶରେ ପାରାଦୀପ ପ୍ରଥମ ହୋଇଥିଲା। ୧୪୫.୩୮ ମିଲିୟନ୍ ମେଟ୍ରିକ ଟନ୍ ପଣ୍ୟ କାରବାର ହୋଇଥିଲା। ପୂର୍ବରୁ ଲଗାତାର ପ୍ରଥମ ହେଉଥିଲା ଗୁଜରାଟ ଦୀନଦୟାଲ ପୋର୍ଟ। ଗତ ଆର୍ଥିକ ବର୍ଷ ସରିବାର ଯଥେଷ୍ଟ ପୂର୍ବରୁ ୧୦୦ ନିୟୁତ ଟନ୍‌ ଟପିଥିଲା। କ୍ରମାଗତ ୭ମ ଥର ପାଇଁ ୧୦୦ ନିୟୁତ ଟନ୍ ଟପିଥିଲା ପଣ୍ୟକାରବାର।