କୋର୍ଟ ୱେବସାଇଟ୍ରେ ରହିବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ତାଲିକା

ଓଏଲ୍ ବ୍ୟୁରୋ: ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ତାଲିକା। ୩୦ ଜଣ ବିଚାରପତି ସମ୍ପତ୍ତି ସାର୍ବଜନୀନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟ ୱେବସାଇଟ୍ରେ ବିଚାରପତିଙ୍କ ସମ୍ପତ୍ତି ତାଲିକା ରହିବ। ପ୍ରଧାନ ବିଚାରପତିଙ୍କ ସମ୍ପତ୍ତି ମଧ୍ୟ କୋର୍ଟ ୱେବସାଇଟ୍ରେ ରହିବ। ଏନେଇ ଗତ ୧ରେ ଫୁଲ୍ କୋର୍ଟ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ରହିଛି। ପୂର୍ବରୁ ବିଚାରପତିଙ୍କ ସମ୍ପତ୍ତି ତାଲିକା ପ୍ରଧାନ ବିଚାରପତିଙ୍କୁ ଦିଆଯାଉଥିଲା। ଏବେ ସମସ୍ତଙ୍କର ସମ୍ପତ୍ତି କୋର୍ଟ ୱେବସାଇଟ୍ରେ ସ୍ଥାନ ପାଇବ। ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଘରୁ ବିପୁଳ ଟଙ୍କା ମିଳିବା ଚର୍ଚ୍ଚା ପରେ ବଡ଼ ନିଷ୍ପତ୍ତି ନିଆଯାଇଛି।