Odisha Link
Bridging the Missing Links in Odisha

ଓଡ଼ିଆ ପକ୍ଷ ପାଳନର ନବମ ଦିନ: ବହିଟିଏ କିଣିବା ଅଭିଯାନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ନେଇ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରର ନବମ ଦିନ ଅର୍ଥାତ ଏପ୍ରିଲ ୯ ତାରିଖକୁ ‘ଆସ ବହିଟିଏ କିଣିବା’ ଅଭିଯାନ ଭାବରେ ପାଳନ କରାଯାଉଛି। ଏହି ଦିନ ନିଜେ ବହିଟିଏ କିଣିବା ସହ ଅନ୍ୟମାନଙ୍କୁ ବହି କିଣିବା ପାଇଁ ସଚେତନ କରି ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି।

https://x.com/MohanMOdisha/status/1909816794753147252