Odisha Link
Bridging the Missing Links in Odisha

ଆଜି ନାମାଙ୍କନ ଦାଖଲ କରିବେ ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁୁରୋ: ୨୦୨୪ ନିର୍ବାଚନରେ ହାରିବା ପରେ ଘର ସଜାଡ଼ିବା ଆରମ୍ଭ କରିଛି ବିଜୁ ଜନତା ଦଳ। ପ୍ରଥମ ଥର ପାଇଁ ଶାସନ ଗାଦିରେ ନଥିବା ବିଜେଡି ମଙ୍ଗଳବାର ସନ୍ଧ୍ୟାରେ ୧୮ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛି। ଏହା ପରେ ଆଜି ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିବେ ନବୀନ। ବିଜେଡି ସଭାପତି ପଦ ପାଇଁ ଦିନ ୧୨ଟାରେ କରିବେ ନାମାଙ୍କନ। ଶଙ୍ଖ ଭବନରେ ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ନିକଟରେ ନାମାଙ୍କନ ଦାଖଲ କରିବେ। ୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ। ଖୁବ୍‌ଶୀଘ୍ର ଘୋଷଣା ହେବ ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ। ତେବେ ନେଇ ବିଜେଡି ନେତା ଦେବୀ ମିଶ୍ର ସୂଚନା ଦେଇଛନ୍ତି।

ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ୪ର୍ଥ ପର୍ଯ୍ୟାୟରେ ପହଁଞ୍ଚିଛି ବିଜେଡିର ନିର୍ବାଚନ ପ୍ରକ୍ରିୟା। ଏପ୍ରିଲ ୧୩ରୁ ୧୫ ତାରିଖ ଯାଏଁ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ଏହି ପ୍ରକ୍ରିୟାରେ ୧୮ ଜିଲ୍ଲାର ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ୧୮ଟି ଜିଲ୍ଲାରେ ମାତ୍ର ଜଣେ ଲେଖାଏଁ ନେତା ନିର୍ବାଚନ ନାମାଙ୍କନ ଭରିଥିଲେ ବୋଲି ବିଜୁ ଜନତା ଦଳ ପକ୍ଷରୁ ପ୍ରେସ୍‌ ବାର୍ତ୍ତା ମାଧ୍ୟମରେ ସୂଚନା ଦିଆଯାଇଛି।

ସେହିପରି ନିର୍ବାଚନର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ରାଜ୍ୟ ପରିଷଦ ସଦସ୍ୟ ପାଇଁ ବିଧିବଦ୍ଧ କମିଟି ଓ ତା’ପରେ ଏକଜେକ୍ୟୁଟିଭ କମିଟି ଗଠିତ ହେବ। ତା’ପରେ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।

Leave A Reply

Your email address will not be published.