Odisha Link
Bridging the Missing Links in Odisha

ଆଇନ ଶୃଙ୍ଖଳା ପରିସ୍ଥିତି: ବିଜେଡି ବିଧାୟକଙ୍କ ବୟାନ, କଡ଼ା ଜବାବ ଦେଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଜେସିବି ଲଗାଇ ଲୋକଙ୍କୁ ମାରି ଦିଆଯାଉଛି। ସରକାରଙ୍କୁ ଡରୁନାହାନ୍ତି ଅପରାଧୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି, ପେପର ଖୋଲିଲେ ଖାଲି ମର୍ଡର ମର୍ଡର। ଡବଲ ଇଂଜିନ ସରକାରଙ୍କ ଉପହାର କ’ଣ? ସରକାରଙ୍କୁ ହାତଯୋଡ଼ି ଅନୁରୋଧ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରନ୍ତୁ।

ଆଇନ ଶୃଙ୍ଖଳାକୁ ନେଇ ଅରୁଣ ସାହୁଙ୍କୁ ଆଇନ ମନ୍ତ୍ରୀ କଡା ଜବାବ ଦେଇଛନ୍ତି। ସେ କହିଛନ୍ତି, ଅତୀତରେ ବି ଅପରାଧ ହେଉଥିଲା, ସରକାରରେ ନାହାନ୍ତି ବୋଲି ନିଶା ଛାଡ଼ିନି। ପୂର୍ବ ସରକାର ନେତା ଆଇନ ତା ବାଟରେ ଯିବ ବୋଲି କହୁଥିଲେ। ୧୦ ମାସରେ ଯେତିକି ଅପରାଧ ହୋଇଛି, ୭୨ ଘଣ୍ଟାରେ ଆକ୍ସନ ନିଆଯାଇଛି। ଗିରଫ, କୋର୍ଟ ଚାଲାଣ ସହ ଆବଶ୍ୟକ ପଡ଼ିଲେ ଏନ୍‌କାଉଣ୍ଟର ହେଉଛି। କୌଣସି ଅପରାଧୀଙ୍କୁ ୧ ପ୍ରତିଶତ ବି ସୁରକ୍ଷା ଦିଆଯାଉନି। ତେଣୁ ବିରୋଧୀ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।