ପ୍ରକାଶ ପାଇଲା UPSC-୨୦୨୪ ରେଜଲ୍ଟ: ଶକ୍ତି ଦୁବେ ଟପ୍ପର, ୪୮ତମ ସ୍ଥାନରେ ଓଡ଼ିଆ ଝିଅ

ଓଏଲ୍ ବ୍ୟୁରୋ: ପ୍ରକାଶ ପାଇଲା ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ରେଜଲ୍ଟ-୨୦୨୪। ଶକ୍ତି ଦୁବେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ହର୍ଷିତା ଗୋୟଲ ରହିଛନ୍ତି। ସେହିପରି ଡୋଙ୍ଗ୍ରେ ଅର୍ଚିତ ପରାଗ ୩ୟ ସ୍ଥାନରେ ଥିବା ବେଳେ ଶାହ ମାର୍ଗି ଚିରାଗ ୪ର୍ଥ ସ୍ଥାନରେ ରହିଛନ୍ତି। ଆକାଶ ଗର୍ଗ ପଞ୍ଚମ, କୋମଲ କୁନିଆ ଷଷ୍ଠ, ଆୟୁଶି ବଂଶଲ ୭ମରେ ରହିଛନ୍ତି। ସେହିପରି ରାଜ କ୍ରିଷ୍ଣା ଝା ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଆଦିତ୍ୟ ବିକ୍ରମ ଅଗ୍ରୱାଲ ୯ମ ଓ ମୟଙ୍କ ତ୍ରିପାଠୀ ଦଶମ ସ୍ଥାନରେ ରହିଛନ୍ତି। ତେବେ ୪୮ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର ରିତିକା ରଥ। ୯୫ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ, ୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ, ୧୬୪ରେ ଦୀପ୍ତି ରଂଜନ ପତି, ୧୭୫ରେ ରଶ୍ମୀ ପ୍ରଧାନ , ୧୯୩ରେ ନୀଳମାଧବ ପ୍ରଧାନ , ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍ରେ ଅନୁପ ନାୟକ ରହିଛନ୍ତି।