Odisha Link
Bridging the Missing Links in Odisha

ସୁଭଦ୍ରାରେ ସାମିଲ ହେଲେ ଦୁଇ ଲକ୍ଷ ହିତାଧିକାରୀ, ଖାତାକୁ ଗଲା ସୁଭଦ୍ରା ଟଙ୍କା

ଓଏଲ୍‌ ବ୍ୟୁରୋ: ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନାରେ ୨୧୪୨୧୫ ଲକ୍ଷ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ପର୍ଯ୍ୟାୟରେ ହିତାଧିକାରୀ ଏକା ବେଳକେ ପାଇବେ ଦୁଇଟି କିସ୍ତିର ୧୦ହଜାର ଟଙ୍କା। ଜାତୀୟ ପଞ୍ଚାୟତିରାଜ ଦିବସରେ ପୁରୀ ତାଳବଣିଆ ଠାରେ ଆଜି ବିଭିନ୍ନ ଯୋଜନାରେ ହିତାଧିକାରୀ ମାନଙ୍କୁ ପ୍ରୋତ୍ସାହନ ରାଶି ବଣ୍ଟନ ସହ ରାସନ କାର୍ଡ ମଧ୍ୟ ବଣ୍ଟନ କରାଯାଇଥିଲା।

ସେହିପରି ପଂଚାୟତ ମନିଟରିଂ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିବା ବେଳେ ଇ ପଂଚାୟତ ସଭା ପୋର୍ଟାଲର ଉନ୍ମୋଚନ କରାଯାଇଥିଲା। ପ୍ରାୟ ୬ ଲକ୍ଷ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଥିବା ବେଳେ ଦୁଇ ଲକ୍ଷରୁ ଅଧିକ ନୂତନ ସୁଭଦ୍ରା ହିତାଧିକାରୀଙ୍କୁ ଦୁଇଶହ କୋଟିରୁ ଅଧିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।