ଦୀଘା ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମଫଳକ

ଓଏଲ୍ ବ୍ୟୁୁରୋ: ଦୀଘା ମନ୍ଦିରରେ ଜଗନ୍ନାଥ ଧାମ ଲେଖିବାରୁ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ପହଞ୍ଚିଛି। ଦାରୁ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଉପସ୍ଥାପନ କରି ଦୋଷୀକୁ ଦଣ୍ଡବିଧାନ କରିବାକୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ବିରୋଧ ପରେ ମୁଣ୍ଡ ନୁଆଁଇଲେ ମମତା। ଦୀଘା ଜଗନ୍ନାଥ ମନ୍ଦିର ଆଗରୁ ହଟିଲା ଜଗନ୍ନାଥ ଧାମ ଲେଖାଥିବା ସିଗ୍ନେଚର୍।
ଅନ୍ୟପଟେ, ଘଟଣା ନେଇ ମମତା ବାନାର୍ଜୀ କହିଛନ୍ତି, ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଏତେ ରାଗ କାହିଁକି। ପୁରୀ ମନ୍ଦିର ଓ ଜଗନ୍ନାଥଙ୍କୁ ଆମେ ସମ୍ମାନ କରୁ। ସାରା ଦେଶରେ କାଳୀ ମନ୍ଦିର ଓ ଗୁରୁଦ୍ବାର ଅଛି। ହେଲେ ଦୀଘା ମନ୍ଦିରକୁ ନେଇ ଏତେ ରାଗ କାହିଁକି ବୋଲି ମମତା ବାନାର୍ଜୀ ଓଡିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି।