Odisha Link
Bridging the Missing Links in Odisha

ସାମରିକ ସୁରକ୍ଷା ପାଇଁ ପ୍ରସ୍ତୁତି, ଆସନ୍ତାକାଲି ଓଡ଼ିଶାରେ ହେବ ମକ୍‌ଡ୍ରିଲ୍‌

ଓଏଲ୍‌ ବ୍ୟୁରୋ: ସାମରିକ ସୁରକ୍ଷା ସୁନିଶ୍ଚିତ କରିବାକୁ ଆସନ୍ତାକାଲି ହେବ ମକ୍‌ ଡ୍ରିଲ୍‌। ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ସବୁ ରାଜ୍ୟକୁ ସୁରକ୍ଷା ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମକଡ୍ରିଲରେ ସାଧାରଣ ଲୋକ ବି ସାମିଲ ହେବେ। ମେ ୭ ତାରିଖ ତଥା ବୁଧବାର ଦିନ ଏହି ମକଡ୍ରିଲ ହେବ। ଆକ୍ରମଣ ହେଲେ ସାଧାରଣ ଲୋକ ଓ ଛାତ୍ର କଣ କରିବେ ସେ ନେଇ ତାଲିମ ଦିଆଯିବ। ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶାରେ ମକ୍‌ଡ୍ରିଲ ନେଇ ଗୃହ ବିଭାଗର ଗୁରୁତ୍ବପୂର୍ଣ ବୈଠକରେ ଗୃହ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ, ଅଗ୍ନିଶମ ଡିଜି ଉପସ୍ଥିତ ରହିଛନ୍ତି।