Odisha Link
Bridging the Missing Links in Odisha

ରାଜ୍ୟର ୧୦ ପ୍ରମୁଖ ସ୍ଥାନରେ ହେବ ଚାଷୀ ସମାବେଶ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବେ ଚାଷୀ

ଓଏଲ୍‌ ବ୍ୟୁରୋ: ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ୧୦ ପ୍ରମୁଖ ସ୍ଥାନରେ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ କରାଯିବ। ଆସନ୍ତାକାଲି ଚାନ୍ଦବାଲିରେ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ୧୫ ତାରିଖ କରଞ୍ଜିଆ, ୧୭ ତାରିଖ ଜଗତ୍‌ସିଂହପୁର, ୧୮ ତାରିଖ ଅନୁଗୁଳ, ୨୦ ତାରିଖ ସୁବର୍ଣ୍ଣପୁର, ୨୨ ତାରିଖ ଭବାନୀପାଟଣା, ୨୬ ତାରିଖ ରାୟଗଡା, ୨୮ ତାରିଖ ଭଞ୍ଜନଗର, ୩୦ ତାରିଖ ସୁନ୍ଦରଗଡ ଓ ୩୧ ତାରିଖ ଦିନ ଢେଙ୍କାନାଳଠାରେ ଏହି ଚାଷୀ ସମାବେଶ କରାଯିବ । ଏସବୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦାନ କରିବେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଓ କେନ୍ଦ୍ରର ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଓଡିଶା ଚାଷୀମାନଙ୍କର ଆୟକୁ ୨ ଗୁଣା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାତ୍ର ୧୦ ମାସ ଶାସନ କାଳ ମଧ୍ୟରେ ଚାଷୀଙ୍କୁ ସମୃଦ୍ଧି କରିବା ପାଇଁ ବହୁ କୃଷକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ଧାନ କୁଇଂଟାଲ ପିଛା ନୂନତମ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ପ୍ରଦାନ କରିବା ସହ ଶୃଙ୍ଖଳିତ ଭାବେ ଓ ସ୍ୱଚ୍ଛତାର ସହ ଧାନ କିଣା କାରବାର କରିଛନ୍ତି। ଚଳିତ ଖରିଫ ଋତୁରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କଠାରୁ ୭୪ ଲକ୍ଷ୍ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରି ରାଜ୍ୟ ସରକାର ରେକର୍ଡ ସୃଷ୍ଟି କରିଛନ୍ତି। ଚାଷୀମାନଙ୍କର ଅର୍ଥ ନୈତିକ ମାନଦଣ୍ଡ ବୃଦ୍ଧି କରିବା ପାଇଁ ଏହି ପ୍ରୟାସ ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ। ଏହାକୁ ନଜରରେ ରଖି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ୧୦ ପ୍ରମୁଖ ସ୍ଥାନରେ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ କରାଯିବ।

Leave A Reply

Your email address will not be published.