ସମସ୍ତ ମୁକାବିଲା ପାଇଁ ସେନା ପ୍ରସ୍ତୁତ, ସୂଚନା ଦେଲେ ସେନା ମୁଖ୍ୟ…

ଓଏଲ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବା ପରେ ଅପେରସନ ସିନ୍ଦୂରକୁ ନେଇ ୩ ସେନା ମୁଖ୍ୟ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। DGMOସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ସେନା ମୁଖ୍ୟ କହିଛନ୍ତି, ସମସ୍ତ ମୁକାବିଲା ପାଇଁ ପ୍ରସ୍ତୁତ ସେନା ପୂରା ପ୍ରସ୍ତୁତ ହୋଇ ରହିଛି। ଯଦି ସେପରି କିଛି ପରିସ୍ଥିତି ଉତ୍ପନ୍ନ ହୁଏ ମୁକାବିଲା କରିବୁ। ଯଦି ଆଗକୁ କେବେ ଲଢ଼େଇ ହେବ ତାହା ପୂରା ଅଲଗା ହେବ। ଏଥିପାଇଁ ଆମେ ସମସ୍ତ ପ୍ରକାର କୌଶଳକୁ ଆପଣାଉଛୁ। ଭଗବାନ କରନ୍ତୁ ଲଢ଼େଇ ନ ହେଉ, ଯଦି ହୁଏ ପୂରା ଅଲଗା ହେବ।
ଆମର ଏୟାର ଡିଫେନ୍ସ ସିଷ୍ଟମକୁ ପାକିସ୍ତାନ ଭେଦ କରିପାରିବନି। ଆମର ଚାରି ଲେୟର ସୁରକ୍ଷା କବଚ ରହିଛି, ପାକିସ୍ତାନ ପାଖରେ ନାହିଁ। ସେଥିପାଇଁ ଆମର କିଛି କ୍ଷତି ହୋଇନି, ସେମାନେ ପହଞ୍ଚି ପାରି ନାହାନ୍ତି। ପରନ୍ତୁ ପାକିସ୍ତାନ କ’ଣ କ୍ଷତି ସହିଛି ତାହା ଆମେ ଦେଖାଇ ସାରିଛୁ। ଲୋକଙ୍କ ବୁଝିବା ପାଇଁ ଅଷ୍ଟ୍ରେଲିଆ-ଇଂଲଣ୍ଡ କ୍ରିକେଟ ଲଢ଼େଇ କଥା କହିଲେ। ଇଂଲଣ୍ଡ ବ୍ୟାଟରଙ୍କୁ ଜେଫ୍ ଥମ୍ପ୍ସନ, ଡେନିସ ଲିଲି ଧରାଶାୟୀ କରିଥିଲେ। ଆସେସ୍ ଲଢ଼େଇରେ ଏହି ୨ ବୋଲରଙ୍କୁ ସାମ୍ନା କରି ପାରିନଥିଲେ।କୋହଲିଙ୍କର ଜଣେ ବଡ଼ ସମର୍ଥକ ବୋଲି କହିଲେ ରାଜୀବ ଘାଇ। ଆମର ଲଢ଼େଇ ଆତଙ୍କବାଦୀଙ୍କ ବିରୋଧରେ ଥିଲା। ମାତ୍ର ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସାଥ ଦେଲା। ଆମ ସାଙ୍ଗରେ ଲଢ଼େଇ ପାଇଁ ଆଗେଇ ଆସିଲା ଯାହାର ପରିଣାମ ଭୋଗିବାକୁ ପଡିଲା।