Odisha Link
Bridging the Missing Links in Odisha

ରାଜଧାନୀରେ ସ୍ୱାଭାବିକ ହେଲା ‘ଆମ ବସ୍‌’ ସେବା, ଆନ୍ଦୋଳନରୁ ଓହରିଲେ ବସ୍‌ ଡ୍ରାଇଭର୍‌

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ‘ଆମ ବସ୍‌’ ସେବା ସ୍ୱାଭାବିକ ହୋଇଛି। କ୍ରୁଟ ଅଧିକାରୀ, ଆମ ବସ କର୍ତ୍ତୃପକ୍ଷ ଓ ପୁଲିସ ଉପସ୍ଥିତିରେ ସରିଲା ଆଲୋଚନା। ଆଲୋଚନା ଶେଷ ହେବା ପରେ ଆନ୍ଦୋଳନରୁ ହଟିଲେ ବସ କର୍ମଚାରୀ। ବସ ଚଳାଚଳ ଏବେ ରାଜଧାନୀରେ ସ୍ବାଭାବିକ ହୋଇଛି।

ସୂଚନା ଅନୁସାରେ, ଡିପୋରେ ବସ୍ ଠିଆ କରି ଆନ୍ଦୋଳନରେ ବସିଥିଲେ ଡ୍ରାଇଭର ଓ କଣ୍ଡକ୍ଟର। ବିନା କାରଣରେ ଲୋକମାନେ ଅନେକ ସମୟରେ ଡ୍ରାଇଭର ଓ କଣ୍ଡକ୍ଟରକୁ ମାଡ଼ ମାରିବା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଥିଲେ ‘ଆମ ବସ୍’ କର୍ମଚାରୀ। ରାଜ୍ୟ ସରକାର ସୁରକ୍ଷା ଦେଲେ ଆମେ ଗାଡ଼ି ଚଲାଇବୁ। ନହେଲେ ଗାଡ଼ି ଗଡିବ ନାହିଁ ବୋଲି କହିଥିଲେ ଡ୍ରାଇଭର ଓ କଣ୍ଡକ୍ଟର। ଯାହାଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Leave A Reply

Your email address will not be published.