Odisha Link
Bridging the Missing Links in Odisha

ଟ୍ରେଣ୍ଡ କରୁଛି ବୟକଟ୍ ତୁର୍କୀ, ତୁର୍କୀରୁ ଆସୁଥିବା ସେଓକୁ ବୟକଟ୍‌ କଲେ ପୁଣେ ସହରବାସୀ

ଓଏଲ୍‌ ବ୍ୟୁରୋ: ବିଭିନ୍ନ ଭାରତୀୟ ସହରରେ ତୁର୍କୀକୁ ବ୍ୟାନ୍‌ ଟ୍ରେଣ୍ଡ୍‌ ଆରମ୍ଭ। ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ତୁର୍କୀ, ଅଜରବୈଜାନ ବୟକଟ୍। ପ୍ରଭାବିତ ହେବ ଦୁଇ ଦେଶର ପର୍ଯ୍ୟଟନ। ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିବା ପରେ ଅନେକ ସତ ସାମନାକୁ ଆସିଛି। ଭାରତ ବିରୋଧରେ ପାକିସ୍ତାନ ସହ ଠିଆ ହୋଇଥିଲେ ତୁର୍କୀ ଅଜରବୈଜାନ ପରି ଦେଶ। ଏବେ ଏହି ଦୁଇ ଦେଶକୁ ନଯିବାକୁ ହଜାର ହଜାର ଭାରତୀୟ ଅପିଲ୍ କରୁଛନ୍ତି।

୨୦୨୪ରେ ୨ଲକ୍ଷ ୪୦ହଜାର ଭାରତୀୟ ଅଜରବୈଜାନ ଓ ୩ଲକ୍ଷ ୩୦ହଜାର ତୁର୍କୀ ଯାଇଥିଲେ। ହେଲେ ଶତ୍ରୁ ଦେଶକୁ ସମର୍ଥନ କରିଥିବା ଏହି ଦୁଇ ଦେଶକୁ କାହିଁକି ଅର୍ଥ ଦେବା? ତେଣୁ ଭାରତୀୟଙ୍କୁ ଅନ୍ୟ କୌଣସି ଦେଶକୁ ଯିବାକୁ ସୋସିଆଲ୍ ମିଡିଆରେ ୟୁଜର୍ସ ଅପିଲ୍ କରିଛନ୍ତି। ଅପରେସନ ସିନ୍ଦୂର ବେଳେ ତୁର୍କୀ ପାକିସ୍ତାନକୁ ଡ୍ରୋନ୍‌ ଦେଇଥିଲା। ତୁର୍କୀରୁ ଆସୁଥିବା ସେଓକୁ ବୟକଟ୍‌ କଲେ ପୁଣେ ସହରବାସୀ। ଏହାଦ୍ବାରା ୧ ହଜାରରୁ ୧୨ ଶହ କୋଟି କ୍ଷତି ସହିବ ତୁର୍କୀ। ଆର୍ଥିକ ଚାପ ପାଇଁ ନୁହେଁ, ସୈନ୍ୟଙ୍କ ମନୋବଳ ବୃଦ୍ଧି ପାଇଁ ବୟକଟ୍‌ କରାଯାଇଥିବା ସୂଚନା ରହିଛି।

Leave A Reply

Your email address will not be published.