Odisha Link
Bridging the Missing Links in Odisha

ଆଜି ପ୍ରକାଶ ପାଇବ CBSE ରେଜଲ୍ଟ, ଜାଣନ୍ତୁ ସହଜରେ କେମିତି ଦେଖିପାରିବେ ପରୀକ୍ଷା ଫଳ

ଓଏଲ୍‌ ବ୍ୟୁରୋ: ଆଜି ପ୍ରକାଶ ପାଇବ CBSE ରେଜଲ୍ଟ। ଚଲିତ ଥର ୪୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ୨୪ ଲକ୍ଷ ୧୨ ହଜାର ପିଲା ଦଶମ ପରୀକ୍ଷା ଦେଇଥିବାବେଳେ ୧୭ଲକ୍ଷ ୮୮ହଜାର ପିଲା ଦ୍ବାଦଶ ପରୀକ୍ଷା ଦେଇଛନ୍ତି। cbse.gov.in , cbseresults.nic.in ଏବଂ results.cbse.gov.in ସାଇଟକୁ ଯାଇ ନିଜର ରେଜଲ୍ଟ ଜାଣିପାରିବେ। ପିଲାମାନେ ସେମାନଙ୍କର ରୋଲ୍‌ ନମ୍ବର, ଜନ୍ମ ତାରିଖ ପ୍ରଦାନ କରି ରେଜଲ୍ଟ ଦେଖିପାରିବେ।

ସୂଚନାଯୋଗ୍ୟ, ସିବିଏସ୍‌ଇ ଦଶମ ପରୀକ୍ଷା ଗତ ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୧ ଯାଏ ହୋଇଥିଲା। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ୍‌ ୪ରେ ଶେଷ ହୋଇଛି। ଚଳିତ ବର୍ଷ ସାରା ଦେଶରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ୪୪ ଲକ୍ଷ ପିଲା ପରୀକ୍ଷା ଦେଇଛନ୍ତି। ତେବେ ଡିଜିଲକର୍‌ ଓ ଉମଙ୍ଗ୍‌, ଆଇଭିଆର୍‌ଏସ୍‌ ଓ ଏସ୍‌ଏମ୍‌ଏସ୍‌ରେ ରେଜଲ୍ଟ ଉପଲବ୍ଧ ହେବ ।