Odisha Link
Bridging the Missing Links in Odisha

୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ମୌସୁମୀ, ରାଜ୍ୟରେ କମୁନି ତାତି

ଓଏଲ୍‌ ବ୍ୟୁରୋ: ମେ’ ମାସ ଆରମ୍ଭରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଆଜି ଆଣ୍ଡାମାନ ଛୁଇଁବ ମୌସୁମୀ। ୧୩ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ପ୍ରବେଶ କରିବ ମୌସୁମୀ ବାୟୁ। ଆଣ୍ଡାମାନ ସାଗର ଓ ଦକ୍ଷିଣ ବଙ୍ଗୋପସାଗରକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ତେବେ ଓଡିଶାରେ କେବେ ମୌସୁମୀ ପ୍ରବେଶ କରିବ ସେନେଇ କୌଣସି ସୂଚନା ମିଳିପାରିନାହିଁ। ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ପ୍ରବେଶ ପରେ ରାଜ୍ୟର କିଛି ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି।