Odisha Link
Bridging the Missing Links in Odisha

ଆବାସ ଅପେକ୍ଷାରେ ଥିବା ହିତାଧିକାରୀଙ୍କ ପାଇଁ ବଡ଼ ଖବର: ୧୫ରେ ସରିବ ପଞ୍ଜୀକରଣ

ଓଏଲ୍‌ ବ୍ୟୁରୋ: ପିଏମ୍‌ ଆବାସ ପଞ୍ଜୀକରଣ ଶେଷ ତାରିଖ ନେଇ ବଡ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ମନ୍ତ୍ରୀ କହିଛନ୍ତି, ଆସନ୍ତା ୧୫ ପିଏମ୍‌ ଆବାସ ପଞ୍ଜୀକରଣ ଶେଷ ତାରିଖ। ପଞ୍ଜୀକରଣ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ରହିଲା। ୩୪ରୁ ୩୫ ଲକ୍ଷ ଲୋକ ପିଏମ୍‌ ଆବାସ ପଞ୍ଜୀକରଣ କଲେଣି। ୧୫ ତାରିଖ ପରେ ଘର ଘର ବୁଲି କିଏ ଯୋଗ୍ୟ ସର୍ଭେ କରାଯିବ। ୩ ଲକ୍ଷ ଘର ଛାତ ପଡ଼ିଲାଣି, ୫ ଶହ ସ୍ଥାନରେ ରାସ୍ତା ସମସ୍ୟା ରହିଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଘର ନଥିବା ଲୋକଙ୍କୁ ଆମେ ଘର ଦେବୁ। ପିଏମ୍‌ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ ପାଇଁ ସର୍ଭେ ଆରମ୍ଭ ହୋଇଛି। ଯୋଗ୍ୟତାର ମାନ କୋହଳ କରାଯାଇଛି। ରେଫ୍ରିଜରେଟର, ୨ ଚକିଆ ଯାନ, ଲ୍ୟାଣ୍ଡଲାଇନ ଥିଲେ ପ୍ରତିବନ୍ଧକ ନାହିଁ। ମାସିକ ୧୫ ହଜାରରୁ କମ୍‌ ଆୟ ପରିବାର ସାମିଲ ହୋଇପାରିବେ। ନିଜ ମୋବାଇଲ୍‌ର ଆବାସ ପ୍ଲସ୍‌ ଆପ୍‌ରେ ଜଣାଇବାକୁ ଅପିଲ୍‌ କରିଛନ୍ତି ମନ୍ତ୍ରୀ।