Odisha Link
Bridging the Missing Links in Odisha

ପହଲଗାମ ହମଲା: ୩ ପାକ୍‌ ଆତଙ୍କୀଙ୍କ ପୋଷ୍ଟର ଜାରି

ଓଏଲ୍‌ ବ୍ୟୁରୋ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ୩ ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି ହୋଇଛି। ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି କଲା ସୁରକ୍ଷା ଏଜେନ୍ସୀ। ଜମ୍ମୁ କଶ୍ମୀର ସୋପିଆନ ଜିଲ୍ଳାର ବିଭିନ୍ନ ସ୍ଥାନରେ ପୋଷ୍ଟର ଦେଖିବାକୁ ମିଳିଛି। ଆତଙ୍କୀଙ୍କ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ। ସୋପିଆନ ସହ କାଶ୍ମୀର ବିଭିନ୍ନ ସ୍ଥାନରେ ଲାଗିବ ପୋଷ୍ଟର।

ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଆତଙ୍କୀଙ୍କ ପୋଷ୍ଟର ଜାରି ହୋଇଛି। ସୂଚନା ଦେଇଥିବା ଲୋକଙ୍କ ନାଁ ଗୁପ୍ତ ରଖାଯିବ ବୋଲି କୁହାଯାଇଛି। ଖାଲି ସୋପିଆନରେ ନୁହେଁ ପୁଲୱାମା ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ପୋଷ୍ଟର ଲାଗିଛି। ତେବେ ଏହି ୩ ଆତଙ୍କୀଙ୍କ ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା। ଆତଙ୍କୀଙ୍କ ସବିଶେଷ ତଥ୍ୟ ଦେଲେ ୨୦ ଲକ୍ଷ ଦେବାକୁ ଘୋଷଣା କରାଯାଇଥିବା ବେଳେ ଖବର ଦେଇଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ ବୋଲି କୁହାଯାଇଛି।

Leave A Reply

Your email address will not be published.