Odisha Link
Bridging the Missing Links in Odisha

ଭୁଜ୍‌ ଏୟାର ବେସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ, ପାକିସ୍ତାନକୁ ଦେଲେ ବଡ଼ ଜବାବ

ଓଏଲ୍‌ ବ୍ୟୁରୋ: ଗୁଜରାଟ ଭୁଜ୍‌ ଏୟାର ବେସ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏୟାରବେସ୍‌ରେ ବାୟୁ ସେନା ଯୋଦ୍ଧାଙ୍କୁ ଭେଟିଲେ ରାଜନାଥ ସିଂ। ଭୁଜ୍‌ ଗସ୍ତକରି ପାକିସ୍ତାନକୁ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଭୁଜ୍‌ ଏୟାର ବେସ୍‌କୁ ଉଡ଼ାଇଥିବା ଦାବି କରିଥିଲା ପାକିସ୍ତାନ। ଡ୍ରୋନ୍‌ ଦ୍ବାରା ଭୁଜ୍‌ ଏୟାର ବେସ୍‌ ନଷ୍ଟ କରିଥିବା କହିଥିଲା ପାକ୍‌। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭୁଜ୍‌ ଏୟାର ବେସ୍‌ ପହଂଚି ପାକିସ୍ତାନକୁ ଏକ ପ୍ରକାର ଜବାବ ଦେଇଛନ୍ତି।

ସୂଚନା ଅନୁସାରେ, ଗତକାଲି ଶ୍ରୀନଗରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପହଞ୍ଚି ଅପରେସନ ‘ସିନ୍ଦୂର’ରେ ସାମିଲ ଯବାନମାନଙ୍କୁ ଭେଟିଥିଲେ। ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅପରେସନ ସିନ୍ଦୂରର ସଫଳତା ନେଇ ଆଲୋକପାତ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ଅପରେସନ ସିନ୍ଦୂର ପାଇଁ ଦେଶ ଗର୍ବିତ। ୩ ସେନା ପାଇଁ ଆଜି ଦେଶ ଗର୍ବିତ। କାଶ୍ମୀର ଜନତା ଏକାଠି ଅଛନ୍ତି। କେବଳ ସୁରକ୍ଷା ନୁହେଁ ଆମେ ଆକ୍ରମଣ ବି କରୁ। ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛୁ। ଆତଙ୍କବାଦ ବିରୋଧରେ ସ୍ୱର ଉଠାଇଛୁ।

ଅପରେସନ ସିନ୍ଦୂର’ରେ ଆପଣ ଯାହା କଲେ ପୂରା ଦେଶବାସୀ ଗର୍ବିତ। ଜଣେ ନାଗରିକ ହିସାବରେ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି। ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ବଂସ କଲେ ସେ ଭୁଲି ପାରିବନି। ମୁଁ ଦେଶବାସୀଙ୍କ ସନ୍ଦେଶ ନେଇ ଆପଣଙ୍କ ପାଖକୁ ଆସିଛି। ସନ୍ଦେଶ ହେଉଛି, ଦେଶବାସୀ ଆପଣଙ୍କ ଉପରେ ଗର୍ବିତ। ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ସବୁଠୁ ବଡ଼ ଆକ୍ସନ। ଭାରତ ପୂରା ବିଶ୍ବକୁ ସନ୍ଦେଶ ଦେଇଛି, ଆତଙ୍କବାଦକୁ ବରଦାସ୍ତ କରାଯିବନି। ଭାରତ ବିରୋଧରେ ଷଡ଼ଯନ୍ତ୍ର ବନ୍ଦ କରୁ ପାକିସ୍ତାନ। ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀଙ୍କୁ ନ ପୋଷୁ।

ପାକିସ୍ତାନ ହାତରେ ପରମାଣୁ ରହିବା ସୁରକ୍ଷିତ କି? ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲିବନି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।ଯଦି କଥାବାର୍ତ୍ତା ହେବ କେବଳ POKକୁ ନେଇ। ଆମେ ପାକିସ୍ତାନର ପରମାଣୁ ବ୍ଲାକମେଲିଂକୁ ସହ୍ୟ କରିଲୁନୁ। ପହଲଗାମରେ ଆତଙ୍କୀମାନେ ଧର୍ମ ପଚାରି ନିର୍ଦ୍ଦୋଷକୁ ମାରିଲେ। ଆଉ ଆପଣମାନେ ଏହାର କଡ଼ା ଜବାବ ଦେଲେ। କିନ୍ତୁ ଆମେ କର୍ମ ଦେଖି ସେମାନଙ୍କ ବିନାଶ କଲୁ।