ସରକାରଙ୍କ ବଡ଼ ଘୋଷଣା: ଏଣିକି ୩୫୦୦ ଟଙ୍କା ମିଳିବ ଭତ୍ତା

ଓଏଲ୍ ବ୍ୟୁରୋ: ଏଣିକି ଭିନ୍ନକ୍ଷମଙ୍କୁ ମିଳିବ ୩୫୦୦ ଟଙ୍କା ଭତ୍ତା। ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକ ଓ ୮୦ ପ୍ରତିଶତରୁ କମ ହୋଇନଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଉଭୟ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସୁରକ୍ଷା ଭତ୍ତାକୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ଆସନ୍ତା ଜୁନ୍ ମାସରୁ ମିଳିବ ବର୍ଦ୍ଧିତ ଭତ୍ତା। ବର୍ଦ୍ଧିତ ଭତ୍ତା ନେଇ DSSOSଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଭିନ୍ନକ୍ଷମ ନୁହେଁ ବରିଷ୍ଠ ନାଗରିକଙ୍କୁ ବି ମିଳିବ ବର୍ଦ୍ଧିତ ଭତ୍ତା। ଜୁନ୍ ସୁଦ୍ଧା ୮୦ ବର୍ଷ ହୋଇଥିଲେ ମିଳିବ ବର୍ଦ୍ଧିତ ଭତ୍ତା।
ସୂଚନା ଅନୁସାରେ, ମୋହନ ସରକାର ଚଳିତ ବଜେଟ୍ରେ ଭତ୍ତା ପାଇଁ ୭ ହଜାର ୬ ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକ ଓ ୮୦ ପ୍ରତିଶତରୁ କମ ହୋଇନଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଉଭୟ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସୁରକ୍ଷା ଭତ୍ତାକୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯିବାକୁ ନିଷ୍ପତି ନିଆଯାଇଥିଲା।