Odisha Link
Bridging the Missing Links in Odisha

ଅଗଷ୍ଟ ୧୫ରୁ ନୂଆ ଫାସ୍‌ଟ୍ୟାଗ୍‌ ନିୟମ, ସୂଚନା ଦେଲେ କେନ୍ଦ୍ର ପରିବହନ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ଟୋଲ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆସନ୍ତା ଅଗଷ୍ଟ ୧୫ରୁ ନୂଆ ଫାସ୍‌ଟ୍ୟାଗ୍‌ ନିୟମ ଲାଗୁ ହେବାକୁ ଯାଉଛି। ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଟ୍ୱିଟ କରି ଜଣାଇଛନ୍ତି। ଅଗଷ୍ଟ ୧୫ରୁ ନୂଆ ଫାସ୍‌ଟ୍ୟାଗ୍‌ ନିୟମ ଲାଗୁ ହେବ, ଯେଉଁଥିରେ ୩ ହଜାର ଟଙ୍କାରେ ବର୍ଷେ ଯାଏଁ ରହିବ ଫାଷ୍ଟ ଟ୍ୟାଗ୍ ଅବଧି। ୨୦୦ ଟ୍ରିପ୍ ପର୍ଯ୍ୟନ୍ତ ଚଳାଚଳ କରିପାରିବେ ଯାନବାହନ। ଏକ ବର୍ଷ କିମ୍ବା ୨୦୦ ଟ୍ରିପ୍ ଯାଏଁ ବଳବତ୍ତର ରହିବ ପାସ୍। ତେବେ ଏହା କେବଳ ଘରୋଇ ବାହନ ପାଇଁ କାର୍ଯ୍ୟକାରୀ ହେବ। କମର୍ସିୟାଲ ଯାନ ପାଇଁ ଏହା ପ୍ରଯୁଜ୍ୟ ନୁହେଁ। ଟୋଲ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି। ତେବେ ଖୁବଶୀଘ୍ର ରାଜମାର୍ଗ ଯାତ୍ରା ଆପ୍ପରେ ଏହି ଲିଙ୍କ ଉପଲବ୍ଧ ହେବ। ଏହି ଲିଙ୍କ ମାଧ୍ୟମରେ ୩ ହଜାର ଟଙ୍କାର ବାର୍ଷିକ ଫାସ୍‌ଟ୍ୟାଗ୍‌ ପାସ କରିପାରିବେ ଘରୋଇ ବାହନ ମାଲିକ।