Odisha Link
Bridging the Missing Links in Odisha

ସୁବ୍ରତ ସେନାପତି ଓ ରାଜକିଶୋର ପାଢ଼ୀଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ବାଲ୍‌ ସାହିତ୍ୟ ଓ ଯୁବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ରାଜକିଶୋର ପାଢ଼ୀ ଓ ସୁବ୍ରତ ସେନାପତି। ରାଜକିଶୋର ପାଢ଼ୀ ପାଇବେ ଚଳିତ ବର୍ଷର ବାଲ୍‌ ସାହିତ୍ୟ ପୁରସ୍କାର। ‘କେତେ ଫୁଲ ଫୁଟିଛି’ ପୁସ୍ତକ ପାଇଁ ପୁରସ୍କୃତ ହେବେ ରାଜକିଶୋର ପାଢ଼ୀ। ସୁବ୍ରତ କୁମାର ସେନାପତି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର। ‘କଦମ୍ବବନ’ କାହାଣୀ-ପୁସ୍ତକ ପାଇଁ ପୁରସ୍କୃତ ହେବେ ସୁବ୍ରତ ସେନାପତି।

ଏହି ଅବସରରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଥିବା ୨ ଲେଖକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ୨୦୨୫ ବର୍ଷ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ରାଜକିଶୋର ପାଢ଼ୀଙ୍କ “କେତେ ଫୁଲ ଫୁଟିଛି” ଓ ଯୁବ ପୁରସ୍କାର ପାଇଁ ସୁବ୍ରତ କୁମାର ସେନାପତିଙ୍କ “କଦମ୍ବ ବନ” ପୁସ୍ତକ ମନୋନୀତ ହୋଇଥିବାରୁ ଉଭୟଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ସଫଳତା ଆପଣମାନଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ମଧ୍ୟ ଗର୍ବ ଓ ଗୌରବର ବିଷୟ। ଆଗାମୀ ଦିନରେ ନିଜ ସୃଷ୍ଟି ଦ୍ୱାରା ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଆହୁରି ସମୃଦ୍ଧ କରନ୍ତୁ।