ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ, ଆଶୁ ଆରୋଗ୍ୟ କାମନା କଲେ ଶୁଭେଚ୍ଛୁ

ଓଏଲ୍ ବ୍ୟୁରୋ: ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ନବୀନ ପଟ୍ଟନାୟକ ଆଜି ମୁମ୍ବାଇ ଗସ୍ତ କରିଛନ୍ତି। କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ ଚିକିତ୍ସା। ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଚାଲିଛି ପୂଜାର୍ଚ୍ଚନା। ମହିଳା ବିଜେଡି ପକ୍ଷରୁ ନବୀନ ନିବାସ ଆଗରେ ପୂଜାର୍ଚ୍ଚନା କରାଯାଇଛି। ବିଜୁ ପଟ୍ଟନାୟକ ଛକରେ ଏକଜୁଟ ହୋଇ ବିଜେଡି ନେତା, କର୍ମୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ପ୍ରିୟର ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ନବୀନ ନିବାସ ସମ୍ମୁଖରେ ମହିଳା ବିଜେଡି କର୍ମୀ ଓ ସାଧାରଣ ଲୋକ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ବିମାନ ବନ୍ଦର ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶୁଭେଚ୍ଛୁ ଓ ବିଜେଡି କର୍ମୀ। ପରେ ବିମାନବନ୍ଦର ଟର୍ମିନାଲ ସମ୍ମୁଖରେ ବରିଷ୍ଠ ବିଜେଡି ନେତା ମାନେ ନବୀନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି।