‘ବିପଦ ସଂକେତ ତଳେ ରାଜ୍ୟର ସବୁ ନଦୀର ଜଳସ୍ତର, ନାହିଁ ବନ୍ୟା ବିପଦ’

ଓଏଲ୍ ବ୍ୟୁରୋ: ରାଜ୍ୟକୁ ବନ୍ୟା ବିପଦ ନାହିଁ। ବିପଦ ସଂକେତ ତଳେ ରାଜ୍ୟର ସବୁ ନଦୀର ଜଳସ୍ତର। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି। ବିପଦସଙ୍କେତ ତଳେ ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ। ରାଜଘାଟଠାରେ ୮୦ ସେ.ମି ତଳେ ରହିଛି ଜଳସ୍ତର।
ଗୋଟେ ପଟେ ଭୋଗରାଇ ଓ ବାଲିଆପାଳ ଅଞ୍ଚଳରୁ ଧୀରେ ଧୀରେ କମୁଛି ପାଣି। ହେଲେବି ଘରେ ପାଣି, ବାହାରେ ପାଣି। ଉବୁଟୁବୁ ରାସ୍ତାଘାଟ, ଜଳାର୍ଣ୍ଣବ ଗାଁ ଗଣ୍ଡା। ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ତଳକୁ ଆସିଥିଲେ ବି ବନ୍ୟା ଦୁର୍ଗତଙ୍କ ଉପରୁ କିନ୍ତୁ ବିପଦ ଟଳିନି।