Odisha Link
Bridging the Missing Links in Odisha

ସମ୍‌ ହସ୍ପିଟାଲ୍‌ ପକ୍ଷରୁ ବିଶ୍ୱ ଟିକାକରଣ ସପ୍ତାହ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗ ପକ୍ଷରୁ ବିଶ୍ୱ ଟିକାକରଣ ସପ୍ତାହ ପାଳନ ଅବସରରେ ଏକ ଦୁଇ ଦିନିଆ ଏଚ୍‌ପିଭି ଭାକ୍ସିନେସନ୍‌ ଅଭିଯାନ ଆୟୋଜିତ ହୋଇଯାଇଛି । ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଆୟୋଜିତ ଏହି ଅଭିଯାନ ପରିପ୍ରେକ୍ଷୀରେ ଏମ୍‌ବିବିଏସ୍‌ ଛାତ୍ର ଓ ଇନ୍‌ଟର୍ଣ୍ଣ ମାନଙ୍କୁ ଏଚ୍‌ପିଭି ଟିକା ପ୍ରଦାନ କରାଯାଇଥିଲା ।

ଏହି ଟିକାକରଣ ଅଭିଯାନରେ ସମ୍‌ ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର ଏବଂ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମମତାଦେବୀ ମହାନ୍ତି ଯୋଗ ଦେଇ ଏଚ୍‌ପିଭି ଭାକ୍ସିନେସନ୍‌ ଡ୍ରାଇଭ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ଏହି ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ୧୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ଏଚ୍‌ପିଭି ଟିକା ପ୍ରଦାନ କରାଯାଇଥିଲା।