Odisha Link
Bridging the Missing Links in Odisha

କଳାହାଣ୍ଡି ଲୋକସଭା: ବିଜେପି ପ୍ରାର୍ଥୀ ମାଳବିକା ଦେବୀ ଆଗରେ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍‌ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍‌ ଗଣତି। ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ କଳାହାଣ୍ଡି ଲୋକସଭା ଆସନରେ ବିଜେପି ପ୍ରାର୍ଥିନୀ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥିନୀ ମାଳବିକା ଦେବୀ ଆଗରେ ରହିଛନ୍ତି।

ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀନୀ ମାଳବିକା ଦେବୀ ୬୨,୨୬୧ ଖଣ୍ଡ ଭୋଟ ପାଇଛନ୍ତି। ବିଜୁ ଜନତା ଦଳର ପ୍ରାର୍ଥୀ ଲମ୍ବୋଦର ନିଆଳ ୪୨,୪୮୭ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ମାଳବିକା ୧୯,୭୭୪ ଖଣ୍ଡ ଭୋଟ ଆଗରେ ରହିଛନ୍ତି।

ସେହିପରି କଂଗ୍ରେସ ପ୍ରାର୍ଥିନୀ ଦ୍ରୌପଦୀ ମାଝୀ ୨୭,୪୦୫ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଛନ୍ତି।