Odisha Link
Bridging the Missing Links in Odisha

ଓଡ଼ିଶାବାସୀଙ୍କ ସେବା ସର୍ବଦା ଆମ ସଙ୍କଳ୍ପ, ଟ୍ୱିଟ୍ କରି ଜଣାଇଲେ ବିଜେଡି ସୁପ୍ରିମୋ

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଗଣତନ୍ତ୍ରର ମହାପର୍ବ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସାଢେ ଚାରି କୋଟି ଲୋକଙ୍କ ପ୍ରିୟର ନେତା ନବୀନ ପଟ୍ଟନାୟକ ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶା ବାସୀଙ୍କର ସେବା କରି ଆସୁଥିବା ଓଡ଼ିଶା ବାସୀଙ୍କୁ ନିଜର ପରିବାର କହୁଥିବା ଓ ନିଜ ନେତାଙ୍କୁ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଏସବୁ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଟ୍ବିଟ କରିଛନ୍ତି। ନିଜ ଟ୍ୱିଟ ମାଧ୍ୟମରେ ସେ ଲେଖିଛନ୍ତି, ବିଜୁ ଜନତା ଦଳର ବୈଠକରେ ସାମିଲ ହେଲି। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ସର୍ବଦା ଆମ ସଙ୍କଳ୍ପ କହିଲେ ନବୀନ। ଏହି ଧାରା ଆଗକୁ ମଧ୍ୟ ବଜାୟ ରହିବ।

https://x.com/Naveen_Odisha/status/1798953965859881230