Odisha Link
Bridging the Missing Links in Odisha

ରଥରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ଓଏଲ୍‌ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ରଥଦାଣ୍ଡ। ଅପେକ୍ଷା କରିଛି ଶ୍ରୀମନ୍ଦିର। ଜନ୍ମବେଦୀରେ ଲୀଳାଖେଳା ସରିଛି। ନିର୍ଧାରିତ ସମୟ ପୂର୍ବରୁ ପହଣ୍ଡି କରାଯାଇଛି। ଶୂନ୍ୟ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିଜେ ହେଲେ ଶ୍ରୀସୁଦର୍ଶନ। ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି କରାଯାଇଛି। ଶେଷରେ ମହାପ୍ରଭୁ ଜଗନ୍ନାଥ ରଥରେ ବିଜେ କରିଛନ୍ତି। ଘଣ୍ଟ ଘଣ୍ଟା ବାଦ୍ୟରେ କମ୍ପୁଛି ସମଗ୍ର ପରିବେଶ। ଆଧ୍ୟାତ୍ମିକ ପରିବେଶରେ ଜନସମୁଦ୍ର ସୃଷ୍ଟି ହୋଇଛି।