Odisha Link
Bridging the Missing Links in Odisha

ଘୂର୍ଣ୍ଣିବଳୟ ସକ୍ରିୟ, ରାଜ୍ୟରେ ପୁଣି ଲଗାଣ ବର୍ଷା ସମ୍ଭାବନା

ଓଏଲ୍‌ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଗାମୀ ୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ନିକଟରେ ଲଘୁଚାପର ରୂପ ନେବାର ଆଶଙ୍କା ରହିଛି। ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ରାଜ୍ୟରେ ପୁଣି ଲଗାଣ ବର୍ଷା ସମ୍ଭାବନା। ଏନେଇ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏଥର ଶୀତ କେମିତି ରହିବ ତାହା ଆକଳନ ହୋଇନି। ବାତ୍ୟା ଆକଳନ ହୋଇନି, ଏଲିନୋ ସକ୍ରିୟ ନାହିଁ। ଲାଲିନା ଚାଲିଛି ବୋଲି ଭାରତୀୟ ପାଣିପାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।